ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କ ପରଲୋକ

ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକ

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭାଇ ଅମୀୟ ରଞ୍ଜନ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି।
ଆଜି ସକାଳ ୮ଟା ୩୦ରେ ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ଅସୁସ୍ଥତା ଯୋଗୁ କିଛି ଦିନ ହେବ ସେ ସେଠାରେ ଚିକିତ୍ସିତ ହେଉଥିଲେ।
ଅମୀୟ ଅନେକ ଲୋକପ୍ରିୟ ଓଡ଼ିଆ ଫିଲ୍ମ ନିର୍ମାଣ କରିଥିଲେ।  ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ହାକିମବାବୁ’। ଏହା ଓଡ଼ିଆ ଫିଲ୍ମ ବର୍ଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା।
ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକ

ତାଙ୍କର ଅନ୍ୟ ଫିଲ୍ମ ଗୁଡ଼ିକ ମଧ୍ୟରେ ରହିଛି- ‘ମମତା ମାଗେ ମୂଲ’, ‘ପୁଅ ମୋର କଳା ଠାକୁର’, ‘ଚକା ଆଖି ସବୁ ଦେଖୁଛି’, ‘ପରଦେଶୀ ବାବୁ’, ‘ପରୀ ମହଲ’ ଓ ‘ଚକାଡୋଳା କରୁଛି ଲୀଳା’। ଏଗୁଡ଼ିକ ବହୁତ ହିଟ୍ ହୋଇଥିଲା।
’ମମତା ମାଗେ ମୂଲ’ ଫିଲ୍ମରେ ସେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେଇଥିଲେ।
ବହୁ ଦିନ ପରେ ସେ ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଉପରେ ଗୋଟିଏ ଫିଲ୍ମ ତିଆରି କରିଥିଲେ। ଏହାର ନାଁ ଥିଲା ‘ତୁଳସୀ ଅପା’। ସେ ଏହି ଫିଲ୍ମର ପ୍ରଯୋଜନା କରିବା ସହିତ ନିର୍ଦ୍ଦେଶକ ବି ଥିଲେ।
 Source: Odisha Reporter
Previous
Next Post »

23 Odias To Climb Dayara Bugyal Of The Himalayas

23 young talents from different districts of Odisha will start their journey to climb 13,000ft Dayara Bugyal from the 20th of January. Progr...