ଆଜି ଆସିବ ଲକଡାଉନ୍ ୪.୦ ନିୟମାବଳୀ: ଖୋଲିପାରେ ସପିଂ ମଲ, ବିମାନ ଉଡ଼ାଣକୁ ମିଳିପାରେ ଅନୁମତି

Corona Virus, Lockdown 4.0

ଆସନ୍ତାକାଲିଠାରୁ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି | ଏହି ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ଅନେକ କିଛି ପରିବର୍ତନ ସରକାର ଆଣିପାରନ୍ତି ବୋଲି ଆଶା କରାଯାଉଛି | ଅନେକ ନିୟମ କୋହଳ କରି ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଦେଶରେ ଲାଗୁ କରାଯିବ ବୋଲି ଚର୍ଚା ହେଉଛି | ବିଶେଷକରି ସାଧାରଣ ପରିବହନ କ୍ଷେତ୍ରରେ ଅନେକ ନିୟମ କୋହଳ ହେବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ। ଗତ ସପ୍ତାହରେ ସୀମିତ ସଂଖ୍ୟକ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ସରକାର ଅନୁମତି ଦେଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ସରକାର ମେଟ୍ରୋ ସେବା ସମେତ ବିମାନ ଚଳାଚଳ କ୍ଷେତ୍ର ଏବଂ ସଡ଼କ ପରିବହନକୁ ନେଇ ଲାଗିଥିବା କଟକଣାକୁ କୋହଳ କରିବେ ବୋଲି ଆଶା କରାଯାଉଛି |

ଏହି ପର୍ଯ୍ୟାୟ ପାଇଁ ବିଭିନ୍ନ ନିୟମାବଳୀ ଆଜି ସନ୍ଧ୍ୟାରେ ଘୋଷଣା କରାଯିବ, ଯାହାକି ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଆଶା କରାଯାଉଛି। ଗତ ସପ୍ତାହରେ ଏହି ଲକଡାଉନ ମ୍ପ୍ରସାରଣ ବିଷୟରେ ଘୋଷଣା କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ,ଏହି ୪.୦ ପର୍ଯ୍ୟାୟ ନୂଆ ନିୟମ ସହିତ ସମ୍ପୂର୍ଣ୍ଣ ନୂଆ ରୂପରେ ଆସିବ। ସେ କହିଥିଲେ, “କରୋନା ଦୀର୍ଘ ସମୟ ଧରି ଆମ ସହିତ ରହିବ, କିନ୍ତୁ ଆମ ଜୀବନ ଏହାର ଚତୁର୍ଦ୍ଦିଗରେ ଘୁରିବୁଲିବ ନାହିଁ। ଆମେ ମାସ୍କ ପିନ୍ଧିବୁ, ଆମେ ଛଅ ଫୁଟ ଦୂରତା ଅନୁସରଣ କରିବୁ, କିନ୍ତୁ ଆମେ ଏହାକୁ ଆମର ଲକ୍ଷ୍ୟଗୁଡିକୁ ଖରାପ କରିବାକୁ ଦେବୁ ନାହିଁ।” ।

Corona Virus, Lockdown 4.0

ସୂତ୍ରରୁ ଜଣାପଡିଛି ଯେ, ସରକାର ମଲ୍ ଏବଂ ସପିଂ ସେଣ୍ଟରଗୁଡିକୁ ଆଂଶିକ ଖୋଲିବାକୁ ଅନୁମତି ଦେବେ, ଯାହା ଏକ ଅଡ଼-ଇଭେନ ଭିତ୍ତିରେ ହୋଇପାରେ। ଏହା ସହ ସାମାଜିକ ଦୂରତାକୁ କଠୋର ନିୟମ ଭାବେ ପାଳନ କରାଯାଇ ମେଟ୍ରୋ ସେବା ଆରମ୍ଭ କରିବାକୁ ମଧ୍ୟ ସରକାର ଅନୁମତି ଦେଇପାରନ୍ତି ବୋଲି ସୂତ୍ରରୁ ଜଣା ପଡିଛି |
source: sambad.in 

Post a Comment

0 Comments